LIFE SCIENCE (ଜୀବ ବିଜ୍ଞାନ)
ଅର୍ଥ ବିଭାଜନ :(a) ଏହା କେବଳ ଜାୟକ କୋଷ ବା ଜନନ କୋଷରେ ସଂଘଟିତ ହୁଏ । (b) ଅପତ୍ୟ କୋଷରେ ମାତୃକୋଷର ଅର୍ଦ୍ଧେକ ସଂଖ୍ୟକ ଗୁଣସୂତ୍ର û (c) ଗୋଟିଏ ମାତୃକୋଷରୁ ଏହି ବିଭାଜନ ଦ୍ଵାରା ୪ଟି ଅପତ୍ୟ କୋଷ ଜାତ ହୁଏ ।(d) ପ୍ରଥମ ପର୍ଯ୍ୟାୟର ଉତ୍ତରାବସ୍ଥାରେ ଗୁଣସୂତ୍ର କେନ୍ଦ୍ରର ବିଭାଜନ ହୁଏ ନାହିଁ ଫଳରେ ସଂପୂର୍ଣ୍ଣ କ୍ରୋମୋଜୋମ୍ ମେରୁଆଡ଼କୁ ଯାଇଥାଏ । (e) ଅପୁଞ୍ଜନ ଓ ପାରାନ୍ତରଣ ଦେଖାଯାଏ ।
ସମ ବିଭାଜନ : (a)ଏହା କାୟିକ କୋଷ ଏବଂ ଜାୟକ ବା ଜନନ କୋଷର ଦ୍ଵିତୀୟ ବିଭାଜନରେ ସଂଘଟିତ ହୁଏ । (b) ଉଭୟ ମାତୃକୋଷ ଓ ଅପତ୍ୟ କୋଷର ଗୁଣସୂତ୍ର ସଂଖ୍ୟା ସମାନ ରହେ । (c) ଗୋଟିଏ ମାତୃକୋଷରୁ ଏହି ବିଭାଜନଦ୍ଵାରା ୨ଟି ଅପତ୍ୟ କୋଷ ଉତ୍ପନ୍ନ ହୁଏ । (d) ଉତ୍ତରାବସ୍ଥାରେ ଗୁଣସୂତ୍ର କେନ୍ଦ୍ରର ବିଭାଜନ ଦ୍ଵାରା କ୍ରୋମାଟିଡ୍ ମେରୁଆଡ଼କୁ ଯାଇଥାଏ (e) ଅପୁଞ୍ଜନ କିମ୍ବା ପାରାନ୍ତରଣ ଦେଖାଯାଏ ନାହିଁ ।
Global warming ଗ୍ଲୋବାଲ ୱାରମିଂ ବା ବିଶ୍ଵତାପନ : (a) ପୃଥିବୀପୃଷ୍ଠକୁ ସୂର୍ଯ୍ୟାଲୋକ ଉତ୍ତପ୍ତ କରି କିଛି ଅଂଶ ପୃଥ୍ବୀଦ୍ଵାରା ଶୋଷିତ ହୁଏ ଏବଂ ଅବଶିଷ୍ଟ ମହାକାଶକୁ ଫେରିଯାଏ । ଏହି ପ୍ରତିଫଳିତ ରଶ୍ମିର କିଛି ଅଂଶକୁ ବାୟୁମଣ୍ଡଳ ଧରି ରଖେ । ଫଳରେ ସୂର୍ଯ୍ୟର ଉତ୍ତାପ ସହଜରେ ପୃଥିବୀକୁ ପ୍ରବେଶ କରେ। (b) ବାୟୁମଣ୍ଡଳର ପ୍ରଦୂଷଣ ଯୋଗୁଁ ଅଙ୍ଗାରକାମ୍ଳ, ମିଥେନ, କ୍ଲୋରୋଫ୍ଲୋରୋକାର୍ବନ (CFC) ଓ ଅନ୍ୟ ସବୁଜ କୋଠରି ଗ୍ୟାସର ପରିମାଣ ବୃଦ୍ଧି ଯୋଗୁ ପୃଥିବୀର ତାପମାତ୍ରା ବୃଦ୍ଧିପାଏ । ଏହାକୁ ସବୁଜ କୋଠରି ପ୍ରଭାବ କୁହାଯାଏ (c) ଅଙ୍ଗାରକାମ୍ଳ ଗ୍ୟାସ ଓ ଅନ୍ୟାନ୍ୟ ସବୁଜ କୋଠରି ଗ୍ୟାସ ଯୋଗୁ ଧୀରେ ଧୀରେ ବାୟୁମଣ୍ଡଳର ତାପମାତ୍ରା ବୃଦ୍ଧି ପାଇବାକୁ ବିଶ୍ଵତାପନ ବା ଗ୍ଲୋବାଲ ୱାରମିଂ କୁହାଯାଏ । ବିଶ୍ଵତାପନ ଯୋଗୁଁ ସମୁଦ୍ର ଜଳପତ୍ତନ ବଢ଼ିବାରେ ଲାଗିଛି ଓ ବିଶ୍ଵ ଜଳବାୟୁର ଅବାଞ୍ଛିତ ପରିବର୍ତ୍ତନ ଘଟୁଛି ।
ତାପଗତି ବିଜ୍ଞାନର ଦୁଇଟି ନିୟମ : (a) ପ୍ରଥମ ନିୟମ : ପ୍ରଥମ ନିୟମ ଅନୁଯାୟୀ ଶକ୍ତି ଗୋଟିଏ ରୂପରୁ ଅନ୍ୟ ରୂପକୁ ରୂପାନ୍ତରିତ ହୋଇଥାଏ । କିନ୍ତୁ ଏହାର ବିଲୟ ଘଟେ ନାହିଁ କି ଏହା ସୃଷ୍ଟି ହୋଇପାରେ ନାହିଁ । (b) ଦ୍ଵିତୀୟ ନିୟମ : ଦ୍ବିତୀୟ ନିୟମ ଅନୁଯାୟୀ ଯେକୌଣସି କ୍ଷେତ୍ରରେ ଶକ୍ତିର ରୂପାନ୍ତରଣ ବା ସ୍ଥାନାନ୍ତରଣ ସମ୍ପୂର୍ଣ୍ଣ ଭାବେ ହୋଇନଥାଏ, କିଛି ଶକ୍ତି ତାପ ରୂପେ ଅପସାରିତ ହୋଇଯାଇଥାଏ ।
ପରିସଂସ୍ଥାରେ ଖାଦ୍ୟଶୃଙ୍ଖଳର ମହତ୍ତ୍ବ : (a) ପରିସଂସ୍ଥାରେ ପ୍ରାଣୀମାନଙ୍କ ମଧ୍ୟରେ ଥିବା ଖାଦ୍ୟ ଓ ଖାଦକ ମଧ୍ୟରେ ଥିବା ସମ୍ପର୍କ ଜାଣିପାରିବା । (b) ପରିସଂସ୍ଥାରେ ଶକ୍ତିର ପ୍ରବାହ ବିଷୟରେ ଜାଣିପାରିବା । (c) ପରି ସଂସ୍ଥାରେ ବିଷାକ୍ତ ପଦାର୍ଥର ଚଳନ ସମ୍ବନ୍ଧରେ ଜାଣିପାରିବା ଓ ଜୈବପରିବର୍ତନ ଜନିତ ସମସ୍ୟା ସମାଧାନ କରିପାରିବା ।
ଜୈବ ପରିବର୍ଦ୍ଧନ : (a) ବିଷାକ୍ତ ପଦାର୍ଥ ରେଚନ କ୍ରିୟାଦ୍ଵାରା ନିଷ୍କାସିତ ନହୋଇ କୋଷଭିତରେ ଜମା ହୋଇ ରହେ । ଖାଦ୍ୟ ଶୃଙ୍ଖଳ ଓ ଖାଦ୍ୟକାଲି ଦେଇ ଶୀର୍ଷ ଭକ୍ଷକଠାରେ ପହଞ୍ଚେ ବିଷାକ୍ତ ପଦାର୍ଥର କ୍ରମାଗତ ବୃଦ୍ଧିକୁ ଜୈବ ପରିବର୍ତ୍ତନ କୁହାଯାଏ । (b) ଜୈବପରିବର୍ତ୍ତନ ହେତୁ ଚଢ଼େଇମାନଙ୍କର ଅଣ୍ଡା ଖୋଳପା ତିଆରି ବାଧାପ୍ରାପ୍ତ ହେଉଛି ଓ ପ୍ରାଣୀମାନଙ୍କର ପ୍ରଜନନ କ୍ଷମତା ହ୍ରାସ ପାଉଛି (c) ମନୁଷ୍ୟ ସର୍ବଭୋଜୀ ହେତୁ ଅଧୂକ କ୍ଷତିଗ୍ରସ୍ତ ହେଉଛି ଓ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଛି ।
ବିଦ୍ୟୁତ୍ ଚୁମ୍ବକ : a) ବିଦ୍ୟୁତ୍ ସ୍ରୋତ ବନ୍ଦ ହେଲେ ବିଦ୍ୟୁତ୍ ଚୁମ୍ବକର ଚୁମ୍ବକତ୍ଵ ଲୋପପାଏ ଅର୍ଥାତ୍ ଏହା ଏକ ଅସ୍ଥାୟୀ ଚୁମ୍ବକ । (b) ବିଦ୍ୟୁତ୍ ସ୍ରୋତର ପରିମାଣ ବା ଘେର ସଂଖ୍ୟାକୁ ବୃଦ୍ଧି କିମ୍ବା ହ୍ରାସ କଲେ ଚୁମ୍ବକୀୟ ସାମର୍ଥ୍ୟ ବୃଦ୍ଧି ବା ହ୍ରାସ ହୁଏ ଅର୍ଥାତ୍ ବିଦ୍ୟୁତ୍ ଚୁମ୍ବକର ସାମର୍ଥ୍ୟ ବଦଳା ଯାଇପାରେ ।(c) ବିଦ୍ୟୁତ୍ ସ୍ରୋତର ଦିଗ ବଦଳିଲେ ଚୁମ୍ବକୀୟ କ୍ଷେତ୍ରର ଦିଗ ମଧ୍ୟ ବଦଳେ ଅର୍ଥାତ ବିଦ୍ୟୁତ୍ ସ୍ରୋତର ଦିଗ ବଦଳାଇ ବିଦ୍ୟୁତ୍ ଚୁମ୍ବକର ମେରୁ ପରିବର୍ତ୍ତନ କରାଯାଇପାରେ ।
ସ୍ଥାୟୀ ଚୁମ୍ବକ : (a) ଏହାର ଚୁମ୍ବକତ୍ଵ ଲୋପ ପାଏ ନାହିଁ । (b) ଏହାର ଚୁମ୍ବକୀୟ କ୍ଷେତ୍ରର ସାମର୍ଥ୍ୟ ପରିବର୍ତ୍ତନ କରାଯାଇପାରେ ନାହିଁ । (c) ଏହାର ମେରୁକୁ ପରିବର୍ତ୍ତନ କରିପାରିବା ନାହିଁ ।
କ) ବିଦ୍ୟୁତ୍ ପାୱାର୍ କହିଲେ କ’ଣ ବୁଝ ? ଏହାର SI ଏକକର ସଂଜ୍ଞା ନିରୂପଣ କର। 1 ୟୁନିଟ୍ ବିଦ୍ୟୁତ୍ ଶକ୍ତି କହିଲେ କ’ଣ ବୁଝ ? (a) ପରିପଥରେ ଯେଉଁ ହାରରେ ବିଦ୍ୟୁତ୍ ଶକ୍ତି ଖର୍ଚ୍ଚ ହୁଏ, ତାହାକୁ ବିଦ୍ୟୁତ୍ ପାଓ୍ବାର କୁହାଯାଏ। (b) ବିଦ୍ୟୁତ୍ ପାୱାର P= VI. ଯେଉଁଟି V = ପରିପଥର ଦୁଇପ୍ରାନ୍ତ ମଧ୍ୟରେ ବିଦ୍ୟୁତ୍ ବିଭବାନ୍ତର ପାୱାର ର S. I ଏକକ Watt. (c) ବିଦ୍ୟୁତ୍ ବିଭବାନ୍ତର volte ଓ ବିଦ୍ୟୁତ୍ ସ୍ରୋତ 1 Amp 626m Power 'P' 629 1 Watt 1 Watt = 1 V x 1Amp.
କ) 1 ୟୁନିଟ୍ ବିଦ୍ୟୁତ୍ ଶକ୍ତି କ’ଣ ? ଏହାକୁ ଜୁଲ୍ରେ ପ୍ରକାଶ କର । (a) ୧ ୱାଟ୍ ପାୱାର୍ ଏକ ଘଣ୍ଟା ବ୍ୟବହାର ହେଲେ । ୱାଟ୍ ଘଣ୍ଟା ଶକ୍ତି ଖର୍ଚ୍ଚ ହୁଏ। ଆମେ ଘରେ ବ୍ୟବହାର କରୁଥିବା ବିଦ୍ୟୁତ୍ ଶକ୍ତି କିଲୋୱାଟ୍ ଘଣ୍ଟା ଏକକରେ ମପାଯାଏ। (b) 1 କିଲୋୱାଟ୍ ଘଣ୍ଟା ବିଦ୍ୟୁତ୍ ଶକ୍ତିକୁ ଏକ ୟୁନିଟ୍ ବିଦ୍ୟୁତ୍ ଶକ୍ତି ବୋଲି କୁହାଯାଏ। 1 kwh = 1000 x 3600Ws = 3.6 x 10 Ws =
3.6 X 10ºJ
ଖ) ଭୋଲ୍ସମିଟର ଏବଂ ଏମିଟର ମଧ୍ୟରେ ପାର୍ଥକ୍ୟ ଦର୍ଶାଅ। (a) ଭୋଲ୍ଡମିଟରରେ ବିଦ୍ୟୁତ୍ ବିଭବ ପାର୍ଥକ୍ୟ ମପାଯାଏ କିନ୍ତୁ ଏମିଟରରେ ବିଦ୍ୟୁତ୍ ସ୍ରୋତ ମପାଯାଏ। (b) ଭୋଲ୍ସମିଟରକୁ ପରିପଥରେ ସମାନ୍ତର ଭାବରେ ସଂଯୁକ୍ତ କରାଯାଏ, କିନ୍ତୁ ଏମିଟରକୁ ପରିପଥରେ ପଙକ୍ତିରେ ସଂଯୋଗ କରାଯାଏ। (c) ଭୋଲ୍ସମିଟରର ବିଦ୍ୟୁତ୍ ପ୍ରତିରୋଧ ବେଶୀ ହୋଇଥିଲା ବେଳେ ଏମିଟରର ବିଦ୍ୟୁତ୍ ପ୍ରତିରୋଧ କମ୍ ଅଟେ।
(No 3) 1 Volt ବିଦ୍ୟୁତ୍ ବିଭବାନ୍ତରର ସଂଜ୍ଞା ନିରୂପଣ କର । (a) ବିଦ୍ୟୁତ୍ ପରିପଥର ଦୁଇବିନ୍ଦୁ ମଧ୍ୟରେ ବିଭବାନ୍ତର ସେହି ଦୁଇ ବିନ୍ଦୁ ମଧ୍ୟରେ ଏକକ ପରିମାଣର ଚାର୍ଜ ସ୍ଥାନାନ୍ତର ପାଇଁ ହେଉଥିବା କାର୍ଯ୍ୟର ପରିମାଣ ସହ ସମାନ । ବିଭବାନ୍ତର V =
220 Volt ଓ 100 ୱ ଲେଖା ଥିବା ଗୋଟିଏ ବଲବ କୁ 110 v ଲାଇନରେ ଲଗାଇଲେ ପାୱାର କେତେ ହେବ ? (a) ପାୱାର
P=
0 Comments
do you want to talk with us directly ?
this is working for you for your benefits